ଧର୍ମଗଡ଼: ୧୬/୧୨(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ଚାରିଛକ ଠାରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଅଯୋଧ୍ୟା ରୁ ଆସିଥିବା ଅକ୍ଷ୍ୟତ କଳସ କୁ ବହୁ ଶ୍ରଦ୍ଧାଳୁ ଭବ୍ୟ ସ୍ୱାଗତ କରି ନଗର ପରିକ୍ରମା କରି ବଜାର ପଡା ସ୍ଥିତ ହନୁମାନ ମନ୍ଦିର ରେ ରଖିଥିଲେ ଉକ୍ତ କଳସର ଅକ୍ଷ୍ୟତ,ଭବ୍ୟ ଶ୍ରୀରାମ ମନ୍ଦିର ର ଫଟୋ ଚିତ୍ର ଓ ନିମନ୍ତ୍ରଣ ପତ୍ର ଧର୍ମଗଡ ବ୍ଲକ ଓ ନଗର ର ୩୩୦୦୦ ପରିବାର ପାଖକୁ ପହଞ୍ଚାଇବା ପାଇଁ ୩୫୦  ରୁ ଉର୍ଦ୍ଧ୍ବ ଗ୍ରାମ ଓ ସ୍ଥାନକୁ ପହଞ୍ଚା ଯିବ ବୋଲି ଧର୍ମଗଡ ଖଣ୍ଡ ପ୍ରମୁଖ ଜନ୍ମଜୟ ନାୟକ ସୂଚନା ଦେଇଥିଲେ

ଉକ୍ତ କାର୍ଯ୍ୟକ୍ରମରେ ଧର୍ମଗଡ ସଂଘର ଖଣ୍ଡ କାର୍ଯ୍ୟବାହ ଶିଶିର ମେହେର,ନଗର ପ୍ରମୂଖ ଡମ୍ବରୁଧର ଠାକୁର,ସହ ପ୍ରମୁଖ ହେମନ୍ତ ମାଝୀ,ମନୀନ୍ଦ୍ର ଭୂଷଣ ପାତ୍ର , ଘନଶ୍ୟାମ ଭାଟି, ବରିଷ୍ଠ ସାମ୍ବାଦିକ ଇଙ୍ଗିତ ପଣ୍ଡା, ଚନ୍ଦନ ପାତ୍ର,ଯୋନ ପ୍ରମୁଖ ଅପ୍ରେସ ସ୍ଵାଇଁ,ସୁଧୀର ରଂଜନ ପାଟଯୋଶୀ,ସୌରବ ପନସାରି,ବାଞ୍ଛାନିଧି ଯୋଶୀ,ମନୋଜ ପାତ୍ର, ଆଦିତ୍ୟ ପାତ୍ର, ବିକାଶ ଅଗ୍ରୱାଲ, ସଞ୍ଜୁ ପନସାରି, ଓମ ପ୍ରକାଶ ପଟେଲ, ଜଗବନ୍ଧୁ ମିଶ୍ର, ହିମାଂଶୁ ପଣ୍ଡା,ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରୁ ସାଇ ଦର୍ଶନ ଠାକୁର ଓ ସାଥି ତତ୍ ସହିତ ସଂକୀର୍ତ୍ତନ ଦଳ ଓ ବସ୍ତିପଡାର ସାଥୀମାନେ କାର୍ଯ୍ୟକ୍ରମ କୁ ସଂକୀର୍ତ୍ତନ ମଧ୍ୟରେ ସ୍ୱାଗତ କରି ପାଛୋଟି ନେଇଥିଲେ।