ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକ ର ବୀରନରସିଂହପୁର ଠାରେ ଅନୁଷ୍ଠିତ ସପ୍ତମ ଗଡ଼ଜାତ ଲୋକ ମହୋତ୍ସବ ର ତୃତୀୟ ସନ୍ଧ୍ୟାରେ ସଭାପତି ବିଶ୍ୱଜିତ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଓଡିଶା ବିଧାନସଭା ଉପବାଚସ୍ପତି ତଥା ଘୁ ଉଦୟଗିରି ର ବିଧାୟକ ଶ୍ରୀଯୁକ୍ତ ସାଲୁଗା ପ୍ରଧାନ
ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲା ବେଳେ ଧାରାବାହିକ ନିର୍ଦ୍ଦେଶକ ଶ୍ରୀ ବନମାଳି ରଣା, ମଥୁରା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ ପ୍ରଦୀପ କୁମାର କହଁର,ଘୁ ଉଦୟଗିରି ସିମନ୍ ବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ କବି ବିଦେଶୀ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗଡ଼ଜାତ ସଂସ୍କୃତି,ପରମ୍ପରା, ଲୁକ୍କାୟିତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବାର ଏକ ପ୍ରକୃଷ୍ଟ ମଞ୍ଚ ବୋଲି ସମସ୍ତ ଅତିଥି ମତବ୍ୟକ୍ତ କରିଥିଲେ।

ବିଜୟ କୁମାର ସାହୁ ଅତିଥି ପରିଚୟ କରିବା ସହ ମଞ୍ଚ ପରିଚାଳନା କରିଥିଲା ବେଳେ ବରିଷ୍ଠ ସଦସ୍ୟ ଶ୍ରୀ ନରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସମ୍ବଲପୁରୀ ଗାୟକ ଟିକୁରାଜ ନନ୍ଦ,ସୁପ୍ରିୟା ଶର୍ମା , ବାଉଳି କଳାପରିଷଦ ବରପଦର, ନୃତ୍ୟ ପରିବେଷଣ କରିଥିଲେ। ଧାରାବାହିକ ଅଭିନେତ୍ରୀ ଚାନ୍ଦିନୀ ଜେନା ନିଜର ସ୍ଵତନ୍ତ୍ର କଳା ପ୍ରଦର୍ଶନ କରି ଦର୍ଶକ ଙ୍କ ମନ ମୋହିଥିଲେ। ବିଳମ୍ୱିତ ରାତ୍ରି ଯାଏଁ ଦର୍ଶକ ଭରପୂର ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ବରିଷ୍ଠ ସଭ୍ୟ ପୁର୍ଣ ଗାଈଗୋଉରିଆ ଜୟକିଶୋର ମିଶ୍ର, ଲିଙ୍ଗରାଜ ମହାକୁଡ଼ ସୁଶାନ୍ତ ପାତ୍ର, ପୁରନ୍ଦ୍ର ଠେଲା, ଦେବାଶିଷ ମହାକୁଳ, ରାଜେଶ ମହାକୁଳ, ଅବିନାଶ କର୍ଣ୍ଣ ଦେବେନ୍ଦ୍ର ସାହୁ ସହଯୋଗ କରିଥିଲେ ।