ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ କୁ ସାଂସଦ ଶ୍ରୀମତି ସଙ୍ଗୀତା ସିଂ ଦେଓ ଦୁଇ ଦିନିଆ ଗସ୍ତରେ ଆସି କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ ଜନ ସାଧାରଣଙ୍କୁ ଅବଗତ କରାଇଥିଲେ। ବଲାଙ୍ଗୀର ଜିଲ୍ଲାର ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ମୁକେଶ କୁମାର ଜୈନଙ୍କ ନେତୃତ୍ବରେ ଟିଟିଲାଗଡ ବ୍ଲକର ବିଭିନ୍ନ ଅଞ୍ଚଳରେ ସଭା ସମିତି କାର୍ଯ୍ୟ ଅନସ୍ଥିତ ହୋଇଥିଲା।

ଏହି ଅବସରରେ କଂଗ୍ରେସ ନେତା ଝସ୍ କେତନ ଛତର ଏବଂ ତାଙ୍କର ସହଯୋଗୀ ଏବଂ ବିଜେଡି ନେତା ଜିତେନ୍ଦ୍ର ବଗର୍ତ୍ତି ଓ ତାଙ୍କର ସହଯୋଗୀ ମାନେ ବିଜେପି ଦଳରେ ଯୋଗଦାନ କରିଥିଲେ। ଯାହାକି ଆଗାମୀ ନିର୍ବାଚନ ପାଇଁ ଏମାନେ ଦଳକୁ ମଜଭୁତ କରିବେ ବୋଲି ସର୍ବ ସମ୍ମୁଖରେ ହୋଇଥିବା ମିଶ୍ରଣ ପର୍ବରେ ମୁଖ୍ୟଅତିଥି କହିଥିଲେ।