ଧର୍ମଗଡ଼ :୧୯/୧୨(ହେମନ୍ତ କୁମାର ମାଝୀ)ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ ଆଜି ଧର୍ମଗଡ ସହର ପାଇଁ ସିସିଟିଭି ସର୍ଭେଲାନ୍ସ ସିଷ୍ଟମ ସଂସ୍ଥାପନ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି।ଏହି ଅବସରରେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।

ଧର୍ମଗଡ ସହରରେ ରେ ସିସିଟିଭି ସର୍ବେକ୍ଷଣ ବ୍ୟବସ୍ଥା ସ୍ଥାପନ ନିମନ୍ତେ ଯାଇଥିବା ପ୍ରସ୍ତାବକୁ ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ ୩୨.୫୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ଓ ସିସିଟିଭି ଲଗାଇବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଏନେଇ ଧର୍ମଗଡ ସହରର ୧୧ ଗୋଟି ମୁଖ୍ୟ ସ୍ଥାନରେ ଜାଗା ନିରୂପଣ କରାଯାଇଛି ଓ ଉକ୍ତ ସ୍ଥାନ ଗୁଡ଼ିକରେ ୪୧ ଗୋଟି ଉଚ୍ଚ ଶକ୍ତି ସମ୍ପନ୍ନ କ୍ୟାମେରା ଲାଗିବ ବୋଲି ପଶ୍ଚିମ ଓଡିଶା ବିକାଶ ପରିଷଦ ର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ପ୍ରକାଶ କରିଛନ୍ତି।

ଏହି ବ୍ୟବସ୍ଥା ଦ୍ୱାରା ସହରରେ ଦୈନନ୍ଦିନ ଘଟୁଥିବା ଆଇନ ଶୃଙ୍ଖଳା ଓ ଅସାମାଜିକ କାର୍ଯ୍ୟକଳାପ ଉପରେ ନଜର ରଖାଯାଇ ପାରିବ ଓ ପୋଲିସ ପ୍ରଶାସନ ସିସିଟିଭି ଜରିଆରେ ଅପରାଧୀ ଙ୍କୁ ଠାବ କରିବାରେ ସଫଳ ହେବେ ବୋଲି କଳାହାଣ୍ଡି ଏସପି ଅଭିଳାଷ ଜୀ କହିଛନ୍ତି।

ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମ ସମୟରେ ପଶ୍ଚିମ ଓଡିଶା ବିକାଶ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜିତ କୁମାର ମିଶ୍ର, ସଦସ୍ୟ ଅବିନାଶ ଠାକୁର,ବିଧାୟକ ମୌସଧି ବାଗ,କଳାହାଣ୍ଡି ଜିଲ୍ଲାପାଳ ଅନ୍ୱେଷା ରେଡ୍ଡୀ, ଧର୍ମଗଡ ଉପଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ, ତହସିଲଦାର ସଞ୍ଜୟ କୁମାର ସାମନ୍ତରା, ବିଡିଓ ହିମାଞ୍ଚଳ ମାଝୀ, ଡିଏସପି ଧିରଜ୍ ଚୋପଦାର, ଥାନା ଅଧିକାରୀ ଦାମୋଦର ବିହାରୀ,ବ୍ଲକ୍ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ, ଏନଏସି ଅଧ୍ୟକ୍ଷା ମନୀଷା ମିଶ୍ର, ଚେମ୍ବର୍ ଅଫ କମର୍ସ ସଭାପତି ବିଦ୍ୟାଧର ସାହୁ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ରବିନ୍ଦ୍ର ପଟ୍ଟଯୋଷୀ, ସମାଜସେବୀ ବିବେକ ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ
୫ଟି ସଚୀବ ଭି ,କେ ପାଣ୍ଡିଆନ ଙ୍କ ଧର୍ମଗତ ଗସ୍ତ ସମୟରେ ଧର୍ମଗତ ଚେମ୍ଵର ଅଫ କମର୍ସ ଓ ଅନ୍ୟାନ୍ୟ ସଙ୍ଗଠନ ପକ୍ଷରୁ ସହରର ଅନ୍ୟାନ୍ୟ ସମସ୍ୟା ନେଇ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା।