(ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୬ଜଣ ବ୍ୟକ୍ତି ବିଶେଷ ହେବେ ସମ୍ମାନିତ)

କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ର ପ୍ରତିଷ୍ଠିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ର ତମ ବାର୍ଷିକ ଉତ୍ସବ ଲୋକ ସଂସ୍କୃତି ଓ ଆଦ୍ୟକଲାର ପ୍ରତିବିମ୍ବ ବୁଢ଼ା ଡଙ୍ଗର ଲୋକ ମହୋତ୍ସବ ୨୦୨୩ ଆସନ୍ତା ୨୬ ଓ୨୭ ତାରିଖ ଦୁଇ ଦିନ ଧରି ଜଗନ୍ନାଥ ମନ୍ଦିର ପରିସରରେ ମହାଆଡ଼ମ୍ବରରେ ପାଳନ କରାଯିବ ବୋଲି ଅନୁଷ୍ଠାନ ର ସଭାପତି ସୁଶାନ୍ତ କୁମାର ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି।

ଦୁଇ ଦିନ ଧରି ସାଂସ୍କୃତିକ ଶୋଭାଯାତ୍ରା,କବିତା ପାଠୋତ୍ସବ, ଚିତ୍ରକଳା ପ୍ରଦର୍ଶନୀ,ରାଜ୍ୟ ଓ ଜାତୀୟ ଲୋକ ନୃତ୍ୟ ପରିବେଷଣ ସହିତ ସୁନାମଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ସଙ୍ଗୀତ ସନ୍ଧ୍ୟା ପରିବେଷଣ କରିବା ସହିତ ୬ ଜଣଙ୍କୁ ଉଲେକ୍ଷନୀୟ କାର୍ଯ୍ୟ ପାଇଁ ସମ୍ମାନିତ କରାଯିବ ବୀର ବାଦ୍ୟ ଘୁମୁରା ପାଇଁ ସୁରୁ ବାରିକ,ସ୍ଵାସ୍ଥ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଲଳିତ ପଟ୍ଟନାୟକ,ନାଟକ ପାଇଁ ପ୍ରଦୀପ ଧଙ୍ଗଡାମାଝି,ସମାଜ ସେବା ପାଇଁ ଧର୍ମଗଡ ର ବିଶିଷ୍ଟ ସମାଜସେବୀ ଶ୍ୟାମସୁନ୍ଦର ଜାଲ,ସଂଚାର ପାଇଁ ବରଗଡ ଜିଲ୍ଲା ପଦମପୁର ର ରବିରତନ ସାହୁ ଓ ସାହିତ୍ୟ ପାଇଁ ବିଶିଷ୍ଟ ସାହିତ୍ୟିକ ଡିଲେଶ୍ୱର୍ ରଣା ଙ୍କୁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନ ର ସମ୍ପାଦକ ଅକ୍ଷୟ ନାଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି।

ଦୁଇ ଦିନ ଧରି ସନ୍ଧ୍ୟାରେ ଆସାମ ର ବିହୁ ନୃତ୍ୟ,ନର୍ତ୍ତକୀ ଭୁବନେଶ୍ୱର ର ଓଡ଼ିଶୀ, କଳାଜିବୀ ବରଗଡ଼ ର ସମ୍ବଲପୁରୀ ନୃତ୍ୟ,ଅନୁଷ୍ଠାନ ର ନିଜସ୍ଵ ବଜାସାଲ,ଗଞ୍ଜାମ ର ପଶୁନୃତ୍ୟ,ଓ ପଶ୍ଚିମ ଓଡିଶା ର ସୁନାମଧନ୍ୟ ସମ୍ବଲପୁରୀ କଣ୍ଠଶିଳ୍ପୀ ସର୍ବେଶ୍ଵର ଭୋଇ ଙ୍କ ଦ୍ଵାରା ମେଲୋଡି ଆୟୋଜନ କରାଯାଇଛି ବୋଲି ସମ୍ପାଦକ ପ୍ରକାଶ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ ରମେଶ ଜେନା, ସୁରେଶ ମହାନନ୍ଦ, ଡ ହରେକୃଷ୍ଣ ଧଳ ଓ ଅନୁଷ୍ଠାନ ର ଅମିୟ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।