ଟିଟିଲାଗଡ: ( ସଞ୍ଜୟ କୁମାର ନାୟକ)ଡିସେମ୍ବର ୨୬ ତାରିଖକୁ ଓଡିଶାର କୋଣ ଅନୁକୋଣରେ ବିଜୁ ଜନତା ଦଳ ତରଫରୁ ରାଜ୍ୟର କୋଣ ଅନୁକୋଣରେ ପ୍ରତିଷ୍ଠା ଦିବସ ରୁପେ ପାଳନ କରାଯାଏ। ଦୀର୍ଘ ୨୬ ବର୍ଷ ଧରି ଓଡ଼ିଶାର ଶାସନ ଭାରର ଦାୟିତ୍ଵ ନିର୍ବାହ କରୁଛନ୍ତି ବିଜୁ ଜନତା ଦଳର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ଏହି ପ୍ରତିଷ୍ଠା ଦିବସ ପାଳନ ପାଇଁ ଟିଟିଲାଗଡ ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆ ଠାରୁ ଏକ ଗଣଦୌଡ଼ ବାହାରି ବିଜୁ ପଟ୍ଟନାୟକ ଛକ ନିକଟରେ ପହଞ୍ଚିଥିଲା।

ଏହି ଗଣଦୌଡ଼ରେ ଭାଗ ନେଇଥିବା ଯୁବକ ଯୁବତୀଙ୍କୁ ଉତ୍ସାହିତ କରିବା ସହ ସେମାନେ ଦୌଡ଼ିବା ପରେ ନିଜେ ଦଳିୟ କର୍ମୀଙ୍କ ସହ ଚାଲି ଚାଲି ସହର ପରିକ୍ରମା କରି ଥାନା ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ଟିଟିଲାଗଡ଼ର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତି ଶ୍ରୀମତୀ ଟୁକୁନି ସାହୁ । ଏହି ଅବସରରେ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା।

ଏହାପରେ ଦିନ ୧୨ ଟା ସମୟରେ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ଏ ସମ୍ବନ୍ଧୀୟ ଏକ ସଭା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ପ୍ରବାଦ ପୁରୁଷ ସ୍ଵର୍ଗତ ବିଯୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ଦ୍ଵିପ ପ୍ରଜ୍ବଳନ କରି ଫୁଲ ମାଳ ଦେବା ପରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।

ଏହି ଅବସରରେ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବା ସହ ଟିଟିଲାଗଡରେ କରାଯାଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ବିରୋଧୀଙ୍କ ସମାଲୋଚନା କୁ ନ ଶୁଣି ମୁଁ ନିଜ ନିର୍ବାଚନ ମଣ୍ଡଳୀର ବିକାଶ ଦିଗରେ କାମ କରିବାକୁ ପସନ୍ଦ୍ କରେ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ମୋର ବିରୋଧୀ ମାନେ ମତେ କୁହନ୍ତି ଜେ ରାଜନୀତିର ର ଅକ୍ଷର ଜାଣିନି ବୋଲି ଯଦି ସେତିକି ସକ୍ଷମ ହୋଇ ନ ଥାନ୍ତି ତାହେଲେ ଦୁଇ ଦୁଇ ଥର କ୍ୟାବିନେଟ୍ ମନ୍ତ୍ରୀ ହେଲି କିପରି ? ବିରୋଧୀଙ୍କ କାମ ହେଲା ଆଲୋଚନା କରିବା ଓ ମୋର କାମ ହେଲା ଅଞ୍ଚଳର ବିକାଶ କରିବା। ଲୋକେ ଆଜୀ କହୁଛନ୍ତି ଯାହା ଦୀର୍ଘ ତିରିଶ ବର୍ଷ ଯାଏଁ ହୋଇପାରି ନଥିଲା ତାହା ଆଠ ବର୍ଷରେ ହୋଇଛି।

ଏ ହେଉଛି ଲୋକଙ୍କ ବିଶ୍ୱାସ ମୋ ଉପରେ, ମୋ ସ୍ବାମୀଙ୍କ ସଙ୍ଗଠନ ସହ ଯୋଡ଼ି ହୋଇ ଆଜି ଏହି ଅଞ୍ଚଳର ଲୋକ ମତେ ଦୁଇ ଦୁଇ ଥର ନିର୍ବାଚିତ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ଵାନ ଦେଇଥିଲେ। ତାପରେ ଦଳର ସଭାପତିଙ୍କ ଦ୍ବାରା ଦିଆ ଯାଇଥିବା ଶପଥ ପାଠ ଉପସ୍ଥିତ କର୍ମୀଙ୍କୁ ପଠନ କରାଇଥିଲେ। ଏହି ପ୍ରତିଷ୍ଠା ଦିବସ ପାଳନ ଅବସରରେ ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ଅରୁଣ ମିଶ୍ର, ବିଜେଡି ନଗର ସଭାପତି ଶ୍ରୀ ରଣଜିତ୍ ପୃଷ୍ଟି, ବିଜେଡ଼ିର ବରିଷ୍ଠ ନେତା ପ୍ରେମ ଚାନ୍ଦ ଜୈନ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ନାୟକ, ଜିଲ୍ଲା ପରିଷଦ ଶ୍ରୀମତୀ ଗୀତା ବିଶି, ପୌରପରିଷଦ ଉପାଧ୍ୟକ୍ଷ ଶ୍ରୀମତି ପୁଷ୍ପା ମଞ୍ଜରି ଜାଲ,ପୁର୍ବତନ ଉପ ପୌରା ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜନା ବର୍ମାଙ୍କ ସମେତ ଅନ୍ୟାନ୍ୟ ବିଜୁ ଜନତା ଦଳର କରମି ମାନେ ଉପସ୍ଥିତ ଥିଲେ।