ମୁନିଗୁଡା : (ରମାକାନ୍ତ ପୋଡାଲ )ମା ଗୃହ ୱାଡେନ ଲକ୍ଷ୍ମୀ ମାଝୀଙ୍କ ଦରପୋଡ଼ା ମରଶରୀର ଉଦ୍ଧାର ଘଟଣା ଆଜି ରାୟଗଡ଼ା ଜିଲ୍ଲା ଅମ୍ବାଦଳା ବିଜେପି ପକ୍ଷରୁ ୬ ଘଣ୍ଟା ବନ୍ଦ ଡାକରା ସଫଳ ହୋଇଛି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଷମ କଟକ ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଉଲ୍ଲାକାଙ୍କ ତତ୍ତ୍ଵାବଧାନରେ ଅମ୍ବାଦଳା ମହିଳା ମୋର୍ଚ୍ଚା ଓ ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହି ଥିଲେ।ଆଜି ସକାଳୁ ୬ ଘଣ୍ଟା ସମୟରେ ଅମ୍ବାଦଳା ସହର ଷ୍ଟେସନ ଛକ ଠାରେ ରାଜ ରାସ୍ତା ଅବରୋଧ କରାଯାଇଥିଲା,

ଏଣୁ ଦୀର୍ଘ ୬ ଘଣ୍ଟା କାଳ ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହାନ ଅଟକି ରହିଥିଲା।ପ୍ରକାଶ ଥାଉକୀ ଗତ ୨୧ ତାରିଖ ଦିନ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ମା ଗୃହ ଭିତରେ ଯୁବତୀଙ୍କ ଦରପୋଡ଼ା ମରଶରୀର ଉଦ୍ଧାର ହୋଇଥିଲା। ଉଦ୍ଧାର ମରଶରୀର ଲକ୍ଷ୍ମୀ ମାଝି, ସେ ଦୀର୍ଘ ୫ ବର୍ଷ ହେବ ଆଲିଶା ନାମକ ସ୍ଵେଚ୍ଛାସେବୀ ସଂସ୍ଥା ଦ୍ବାରା ନିଯୁକ୍ତି ହୋଇ ଚନ୍ଦ୍ରପୁର ମା ଗୃହ ରେ ୱାଡେନ ଭାବେ କାର୍ଯ୍ୟରତ ଥିଲେ, ତାଙ୍କ ଘର କାଶୀପୁର ବ୍ଲକ ନାକେଟିଗୁଡା ଗାଁ। ଘଟଣାର ଖବର ପାଇଁ ପରିବାରବର୍ଗ ଘଟଣା ସ୍ଥଳରେ ପହଞ୍ଚି ଥିଲେ।

ମୃତକ ଜଣକ ଦିବ୍ୟାଙ୍ଗ ଥିଲେ ଓ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ହେଲେ ଦିର୍ଘ ୮ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ କାହାରି କୁ ଗିରଫ କରିନାହିଁ।ଯାହାକୁ ନେଇ ରାଜ୍ୟସରକାର ଙ୍କୁ ଟାର୍ଗେଟ କରି ବନ୍ଦ ଡାକରା ଦେଇଥିଲା ବିଜେପି ମହିଳା ମୋର୍ଚ୍ଚା ।ଯେଉଁ ପର୍ଯ୍ୟନ୍ତ ଲଷ୍ମୀ ମାଝୀଙ୍କୁ ନ୍ୟାୟ ମିଳିବ ନାହି ଯେଉଁ ପର୍ଯ୍ୟନ୍ତ ଦୋଷୀଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ସେ ପର୍ଯ୍ୟନ୍ତ ବିଜେପି ଚୁପ ବସିବ ନାହିଁ ବୋଲି ଚେତାବନୀ ଦେଇଛି।