ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଆଡ଼େଣିଗଡ଼ ବାପୁଜୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଆୟୋଜକ ବିବେକାନନ୍ଦ ଯୁବକ ସଂଘ ଦ୍ୱାରା ଦୀର୍ଘ ଦଶ ଦିନ ଧରି ଚାଲିଥିବା ପନ୍ଦର ତମ ପ୍ରକାଶ ମେମୋରିଆଲ କ୍ରିକେଟ ଖେଳ ର ଗତ କାଲି ଥିଲା ଉଦଯାପନୀ ଦିବସ। ଏହି ଉଦଯାପନୀ ଦିବସ ର ଫାଇନାଲ ମ୍ୟାଚ୍ ଟି ଲାଇନପଡ଼ା ଓ ଆୟୋଜକ ଆଡେଣିଗଡ଼ ମଧ୍ୟରେ ଖେଳା ଯାଇଥିଲା।
ଟସ ଜିତି ପ୍ରଥମେ ଲାଇନପଡ଼ା ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ରେ ସମସ୍ତ ଉଇକେଟ ହରାଇ ୮୬ ରନ୍ ସଂଗ୍ରହ କରିଥିଲା। ପ୍ରତିବଦଳ ରେ ଆଡ଼େଣିଗଡ଼ ଦଳ ୧୪.୪ ଓଭର୍ ରେ ୬ ୱିକେଟ୍ ହରେଇ ୮୭ ରନ୍ କରି ମ୍ୟାଚ୍ ଟିକୁ ଜିତିଥିଲା। ଚମ୍ପିୟାନ ଦଳକୁ ଟ୍ରଫି ସହ ୨୧,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ, ରନର୍ସଅପ୍ ଦଳକୁ ଟ୍ରଫି ସହ ୧୪,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।
ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ବିଶ୍ୱଜିତ୍ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଆଡେଣିଗଡ଼ ସରପଞ୍ଚ ଅଜିତ୍ କୁମାର ପ୍ରଧାନ ଯୋଗ ଦେଇଥିଲେ। ଖେଳ କୁ ଦୁଇ ଅମ୍ପାୟର ସୁଧାଂଶୁ ଶେଖର ପ୍ରଧାନ ଓ ପ୍ରତାପ କୁମାର ସାହୁ ପରିଚାଳନା କରିଥିବା ବେଳେ ସ୍କୋର ବୋର୍ଡ ରେ ଜ୍ୟୋତିରଞ୍ଜନ ସାହୁ ଥିଲେ, ଏବଂ ବିବେକାନନ୍ଦ ଯୁବକ ସଂଘ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଉକ୍ତ ମ୍ୟାଚ୍ ରେ ସମୁଦାୟ ୧୬ ଟି ଦଳ ଭାଗ ନେଇଥିଲେ।