ହରଭଙ୍ଗା:  ୧/୦୨ (ଚିତ୍ତ ରଞ୍ଜନ ସିଂ ) ୨୦୨୪  ପୁରୀ ଘୋଷ୍ ଯାତ୍ରା ପାଇଁ ପ୍ରଥମ ପର୍ବ ରଥ କାଠ ର୍ ଗଛ କଟା ଅନୁକୂଳ ନୀତି, ଏହା ପ୍ରତିବର୍ଷ ପରମ୍ପରା କ୍ରମେ ପାଳନ କରାଯାଏ l ସାତକୋସିଆ ନିକଟ ବଡ ମୂଳ ସ୍ଥିତ ମାଆ ବଡ ରାଉଳ ଙ୍କ ପିଠରେ,ଶ୍ରୀମନ୍ଦିରକାର୍ଯ୍ୟାଳୟ ନିର୍ଦ୍ଦେଶକ କ୍ରମେ ଓ ବନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚାରି ଜଣିଆ ସେବକ ମାନେ ଲାଗୀପ୍ରଭୁ ଙ୍କ ଆଜ୍ଞାମାଳ ମହାପ୍ରସାଦ ଧରି ଜାନୁୟାରୀ ୨ ତାରିଖରେ ଆସି ମାଆ ଙ୍କ ପାଖରେ ପହଞ୍ଚିଥାନ୍ତି l

ପହଁଞ୍ଚିବା କ୍ଷଣି ଉପସ୍ଥିତ ଭକ୍ତ ମଣ୍ଡଳୀ ସ୍ୱାଗତ୍ କରିବା ପରେ ବନ ବିଭାଗ ପକ୍ଷରୁ ତାଙ୍କୁ ମାଆ ଙ୍କ ନିକଟକୁ ପାଛୋଟି ନେବେ ସେଠାରେ ବୈଦିକ ରୀତିରେ ହୋମ ହୋଇ ସରିଲା ପରେ ପୂଜକ ଗୋଟେ ହାତରେ ମହାପ୍ରସାଦ ଆଉ ଗୋଟେ ହାତରେ ଛାଗ ବଳି ଉତ୍ସର୍ଗ କରିବା ପରେ ରଥ କାଠ ଗଛ ଚ୍ଛେଦନ ପକ୍ରିୟା ଆରମ୍ଭ ହୋଇଥାଏ ବୋଲି ଜଗନ୍ନାଥ ଦଳ ମାର୍ଗ ଦର୍ଶକ ବାବା ଲଳିତ ନାରାୟଣ ସୂଚନା ଦେଇଛନ୍ତି l

ଏଣୁ ଏହି ଲୁକାୟିତ ପରମ୍ପରାକୁ ଜନ ମାନସରେ ପ୍ରଚାର ଓ ପ୍ରସାର ପାଇଁ ଦିର୍ଘ ୫  ବର୍ଷ ଧରି ଜଗନ୍ନାଥ ଦଳ ତରଫରୁ ଚେତନା ରଥ ଗଣିଆ ଅଞ୍ଚଳ ସମେତ ଏହାର ଚତୁପାର୍ଶ୍ଵ ପରିକ୍ରମା କରାଯାଉଚି lଏହି ଅବସରରେ କିଛିଦିନ ଧରି ଚେତନ ରଥ ଟି ହରଭଙ୍ଗା ବ୍ଲକର ଅଧିବାସୀ ଅଧ୍ଯୁଷିତ ତଳ ଗାଁ ପଞ୍ଚାୟତ ର୍ କୁକିଟି, ଗଣ୍ଡି ସର୍ ହୁଡୁଗୁଜୁ , ଯାବର୍, କରଡ଼କୋଠା , ପତାକା,ବାଳି ଘୁରୁତା ସାତଖଣ୍ଡ, ଗୋଛବାରି, ପାଙ୍କଳ ସାହି, ଖଣ୍ଡିଆ ପାଜୁ,ମୁଣ୍ଡା ପାଜୁ , ପ୍ରଭୁତି ଗ୍ରାମ ଗୁଡିକ ପରିକ୍ରମା ସମୟରେ ଗ୍ରାମ ଶତାଧିକ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ସ୍ୱାଗତ୍ କରିଥିଲେ,l