ପାଟଣାଗଡ଼ ବ୍ୟୁରୋ : ତା ୧/୧: (ନରେନ୍ଦ୍ର ନେଗୀ)ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଆମପାଳି ଗାଁ କୁ ଆଜି ଜଣେ ଦାଦନ ଶ୍ରମିକ ର ମୃତ ଦେହ ପହଞ୍ଚିଛି |ମୃତକ ଜଣକ ହେଉଛନ୍ତି ଗଜାନନ ଷାଣ୍ଡ (୪୯ )|ପେଟ ପାଟଣା ପାଇଁ ବାହାର ରାଜ୍ୟ କୁ ଦାଦନ ଯାଇ ମୃତ୍ୟୁ ବରଣ କରିଥିବା ବେଳେ ସ୍ୱାମି କୁ ମାରିଦେଇ ଥିବା ଅଭିଯାଗ କରୁଛନ୍ତି ସ୍ତ୍ରୀ |ତେବେ ଆଜି ଗାଁ କୁ ଶବ ଫେରିଥିବା ବେଳେ ଥାନା ରେ ଅଭିଯୋଗ ନ କରିବା ଏବଂ ଘଟଣା କୁ ଚାପିଦେବାକୁ ପରିବାର ୨୦ ହଜାର ଟଙ୍କା ଦେଇଥିବା ସମ୍ପର୍କୀୟ କହିଛନ୍ତି |
ଅନ୍ୟପଟେ ଘଟଣା ପରେ ଦାଦନ ସର୍ଦାର ପ୍ରଦୀପ ତାଣ୍ଡି ଫେରାର ଥିବାବେଳେ ଅଭିଯୁକ୍ତ ଙ୍କୁ ଗିରଫ କରି ନ୍ୟାୟ ଦେବାକୁ ପରିବାର ଲୋକ ଦାବି କରିଛନ୍ତି |ମାସ କ ତଳେ ନିଜ ସ୍ତ୍ରୀ ସହ ୨ ଛୁଆ କୁ ଧରି ବାହାର ରାଜ୍ୟକୁ ଦାଦନ ଯାଇଥିଲେ ଆମପାଳି ଗାଁର ଗଜାନନ ଷାଣ୍ଡ ଏବଂ ତାଙ୍କ ପରିବାର |ବେଲପଡା ର ଦାଦନ ସର୍ଦ୍ଧାର ପ୍ରଦୀପ ତାଣ୍ଡିଙ୍କ ଠାରୁ ଟଙ୍କା ବଇନା ନେଇ ବିଜୟନଗରମ ର ଏକ ଇଟା ଭାଟି ରେ କାମ କରିବାକୁ ଯାଇଥିବା ବେଳେ ଭାଟି ମାଲିକ ଅତ୍ୟଧିକ କାମ ସହ ନିର୍ଯାତନା ଦେଉଥୁବା ଅଭିଯୋଗ ହେଉଛି |
ଏନେଇ ସ୍ତ୍ରୀ ପ୍ରତିବାଦ କଲେ ମଧ୍ୟ୍ୟ କିଛି ଶୁଣୁନଥିଲେ |ଚଳିତ ସପ୍ତାହ ରେ ଗଜାନନ ଦେହ ଆହୁରି ଅସୁସ୍ଥ ହେବାକୁ ଲାଗିଲା |ଗୋଡ଼ ରେ ଯନ୍ତ୍ରଣା ହେବା ସହ ଝାଡା ବାନ୍ତି ହେଲା ଏହା ଦେଖୀ ଜଣେ ଦାଦନ ଦଲାଲ ସାଥି ରେ ଗାଁ କୁ ଆଣି ଦେଉଥୁଳ ସର୍ଦାର |ହେଲେ ଆସିବା ବାଟରେ ଆଖି ବୁଝିଦେଲେ ଶ୍ରମିକ |ଯାହାକୁ ନେଇ ସ୍ତ୍ରୀ ସ୍ୱାମୀ କୁ ମାରିଦେଇଥିବା ଅଭିଯୋଗ କହିଛନ୍ତି |କାରଣ ଗଜାନନ ଦେହ ସମ୍ପୂର୍ଣ ଅସୁସ୍ଥଥିବା ସତ୍ୱେ କାହିଁକି ଏକାକୀ ସ୍ତ୍ରୀ କୁ ସାଙ୍ଗରେ ଆସିବାକୁ ଦେଲନି ଦାଦନ ସର୍ଦାର |
ଯାହାକୁ ନେଇ ଘଟଣା ସଂନ୍ଦେହେ ଘରରେ ଥିବାବେଳେ ମୃତ ଦେହ ରବିବାର କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ରେ ପହଞ୍ଚିବା ପରେ ସୋମବାର ଗାଁ ରେ ପହଞ୍ଚିଛି ମର ଶରୀର |ଅନ୍ୟପଟେ ସ୍ୱାମୀ ର ମୃତ୍ୟୁ ହେଲା ପରେ ଇତାଭାତି ରେ ଥିବା ସ୍ତ୍ରୀ ଓ ପିଲାଛୁଆ କୁ ମଧ୍ୟ୍ୟ ଶ୍ରଦ୍ଧାର ଗାଁ କୁ ପଠାଇ ଦେଇଥିବା ଜଣାପଡିଛି |ଅନ୍ୟପଟେ ଘଟଣା ଚାପିବାକୁ ଦାଦନ ସର୍ଦାର ପରିବାର କୁ ୨୦ ହଜାର ଟଙ୍କା ଦେଇ ଥାନା ରେ କେସ କି କାହା ଆଗରେ କିଛି ନକହିବାକୁ ପରିବାର ଉପରେ ଚାପ ପକାଇଥିବା ଅଭିଯୋଗ ହେଉଛି |ଯାହାକୁ ନେଇ ପରିବାର ଲୋକ ଭୟବିତ୍ ଥିବାବେଳେ ଜିଲ୍ଲା ପୁଲିସ ଅରକ୍ଷୀ ଏହା ଉପରେ ତଦନ୍ତ କରି ନ୍ୟାୟ ଦେବାକୁ ଦାବି କରିଛନ୍ତି |