ସୁବର୍ଣ୍ଣପୁର: ( ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରି ର ଜାତୀୟ ପାରମ୍ପରିକ ଲୋକ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଗତକାଲି ମହା ସମାରୋହ ରେ ଉଦଘାଟିତ ହୋଇଯାଇଛି l ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ଯୋଗ ଦେଇ ଲୋକ ଗୀତ ସଂଗୀତ ମାଧ୍ୟମ ରେ ପଏଁରୀ ଏଵେ ସାରା ଭାରତ ରେ ଆମ ଜିଲ୍ଲା ର ସୁନାମ ଅର୍ଜନ କରିପାରିଛି ବୋଲି କହିଥିଲେ l
ସମ୍ମାନୀତ ଅତିଥି ଭାବେ ଶ୍ରୀ ବିଶ୍ଵନାଥ ବାରିକ୍ ,ପ୍ରକଳ୍ପ ନିର୍ଦେଶକ( ଡୁଡା ), ପୌର ପରିଷଦ ଅଧ୍ୟକ୍ଷା ତାମସୀ ତlମସ୍ମିତା ନାଏକ, ଅଧ୍ୟାପକ ନୀଳାମ୍ବର ଶତପଥି ଯୋଗ ଦେଇ ଆୟୋଜକ ଓ କଳାକାର ଙ୍କୁ ଉତ୍ସାହିତ କରିଥିଲେ l ପଏଁରୀ ସଭାପତି ଲଡୁ କିଶୋର ମଲ୍ଲିକ ଙ୍କ ସଭାପତିତ୍ୱ ରେ ଅନୁଷ୍ଟିତ ଏହି ସଭାକୁ ସମ୍ପଦକ ଚୌଧୁରୀ ବିଭାର ସଂଯୋଜନା କରିଥିଵା ବେଳେ ଉପ ସଭାପତି ପ୍ରଫୁଲ୍ଲ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l
ସେହିପରି ସକାଳ ୧୦ ଟା ରେ ସୋନପୁର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଙ୍କ ଠାରୁ ଆଜ୍ଞାମାଳ ନେଇ ୫୦୦ ରୁ ଉର୍ଦ୍ଧ୍ବ କଳାକାର ଏକ ଶୋଭାଯାତ୍ରା ନଗର ପରିକ୍ରମା କରି ସ୍ଥାନୀୟ ନୂତନ ଟାଉନ୍ ହଲ୍ ଠାରେ ପହଞ୍ଚିଥିଲେ l ପରେ ପରେ ବିଶିଷ୍ଟ କଳାକାର ଯୁଧିଷ୍ଟିର ବାରିକ ଉତ୍ସବକୁ ଉଦ୍ଘାଟନ କରିଥିବା ବେଳେ ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ମିସ୍ ଯମୁନା ପଧାନ, ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନ ଉପଦେଷ୍ଟା ଅଭିମନ୍ୟୁ କୁଶଳ, ଗଦାଧର ବାରିକ, ଶ୍ରୀବତ୍ସ ମଲ୍ଲିକ ପ୍ରମୁଖ ଯୋଗଦାନ କରିଥିଲେ l
ଜିଲ୍ଲା ର ଲୋକ କଳାକାର ମାନଙ୍କ ଦ୍ଵାରା ଲୋକନୃତ୍ୟ ପରିବେଷଣ ହୋଇଥିଲା l ସେହିପରି ସଂଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବିଶିଷ୍ଟ କଳାକାର ଶତ୍ରୁଘ୍ନ ଲୁହା, ବ୍ରହ୍ମା କୁମ୍ଭାର, ହରିଓଁ କୁଶଳ, ଲିପିକା ବିଭାର, ଓ ମୁଷ୍କlନ ମଲ୍ଲିକ ଙ୍କ ଦ୍ଵାରା ଲୋକ ଗୀତ ପରିବେଷଣ କରାଯାଇଥିବା ବେଳେ ମମତା ଫେସନ୍ ସୋ ପ୍ରଦର୍ଶିତ ହୋଇଥିଲା l ପରେ ସୋନପୁର ପଏଁରୀ ର ନଚନିଆଁ, ଆସାମ ର ବିହୁ ନାଚ, ବଲାଙ୍ଗୀର ସାତ କୁଆଁରୀ ପରିଷଦ ର ରସରକେଲି, ମଧ୍ୟପ୍ରଦେଶ କଳାକାର ଙ୍କ ଦ୍ଵାରା ବଧlର ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା l ବିଳମ୍ୱିତ ରାତି ଯାଏଁ ହଜାର ଦର୍ଶକ ନାଚ ଗୀତ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ l