ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ ) ହରଭଙ୍ଗା ବ୍ଳକ ର ଶାମ୍ପୂଚ, ବୀରନରସିଂହପୁର, ରାମଗଡ଼ ଇତ୍ୟାଦି ତିନି ଗୋଟି ଗ୍ରାମ ପଞ୍ଚାୟତ ର ଶତାଧିକ ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଏବଂ ବିଧବା ଭତାଧାରୀ ମାନଙ୍କୁ ନେଇ ଶାମ୍ପୂଚ କମ୍ୟୁନିଟି ସେଣ୍ଟର ରେ ବୁଧବାର ଏକ ସମାବେଶ ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲା ଭତାଧାରୀ ମହାସଙ୍ଘ ର ସଭାପତି ଇଂ ବିକାଶ ମହାକୁଳ ସଭାପତିତ୍ୱ କରିଥିଲେ l
ପଡୋଶୀ ତେଲେଙ୍ଗାନା ରାଜ୍ୟ, ଆନ୍ଧ୍ରପ୍ରଦେଶ , ଦିଲ୍ଲୀ, ପଞ୍ଜାବ, ଗୋଆ, ଛତିଶଗଡ, ହିମାଚଳ ଏବଂ ଉତ୍ତରପ୍ରଦେଶ ଆଦି ରାଜ୍ୟ ମାନଙ୍କ ରେ ୧୫୦୦ ରୁ ୩୦୦୦ ଟଙ୍କା ରାଜ୍ୟ ସରକାର ମାନେ ଭତ୍ତା ଦେଉଥିବା ସ୍ଥଳେ କେଉଁ ହୀନ ମାନ୍ୟତା ର ବଶବର୍ତ୍ତୀ ହୋଇ ଓଡିଶା ସରକାର ରାଜ୍ୟ ରେ ୫୦୦ ଟଙ୍କା ଭତ୍ତା ଦେଇ ଗରିବ ନିରୀହ ଙ୍କୁ ଭଣ୍ଡାଉଛନ୍ତି ବୋଲି ମହାସଂଘ ର ସଭାପତି ଅଭିଯୋଗ କରିଛନ୍ତି l ମହାସଙ୍ଘ ର ସମ୍ପାଦକ ଶ୍ରୀ ସୁଜ୍ଞାନ ବାଘ ଆଗାମୀ ଦିନ ରେ ଭତ୍ତା ୩୦୦୦ ଟଙ୍କା କରିବାକୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଥିଲେ l