![](https://www.aeiodisha.com/wp-content/uploads/2024/01/WhatsApp-Image-2024-01-26-at-17.26.51.jpeg)
ହରଭଙ୍ଗା : (ଚିତ୍ତରଞ୍ଜନ ସିଂ)ଭାରତ ଦେଶ ସ୍ୱାଧୀନତା ଲାଭ କରିବା ପରେ ଆମେ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ବିବେଚିତ ହୋଇ ଏହି ଦିବସ ଟିକୁ ମନେ ରଖିବା ପାଇଁ ସାରା ଭାରତ ବର୍ଷ ରେ ଜାନୁୟାରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରି ଆସୁଅଛି l ଆଜି ଦେଶ ସ୍ୱାଧୀନତା ର ୭୫ ବର୍ଷ ସାଧାରଣତନ୍ତ୍ର ଦିବସ ପୁର ରୁ ପଲ୍ଲୀ, ଗାଁ ରୁ ସହର ପାଳନ କରିଥିବା ବେଳେ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ରେ ମହା ସମାରୋହରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି l
ପ୍ରାତଃ ୪ ରୁ ରାମଧୁନ ପରେ ମୁଖ୍ୟ ଅତିଥି ଙ୍କୁ ଅଭିବାଦନ ଜଣାଯାଇ ଥିଲା l ଉକ୍ତ କାର୍ଯ୍ୟକ୍ରମ ମୁଖ୍ୟ ଅତିଥିଭାବେ ବ୍ଲକ ଅଧକ୍ଷା ସ୍ନେହ ଲତା ପ୍ରଧାନ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ l ତତ ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ୟାରେଡ କରାଯାଇଥିଲା ଓ ଅତିଥି ମାନଙ୍କ ଦ୍ୱାରା ଅଭିଭାଷଣ ପ୍ରଦାନ କରାଯିବା ପରେ କୃତି ପ୍ରତିଯୋଗିଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l
ଏହି ସମସ୍ତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥିଭାବେ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱପ୍ନିତା ନାଏକ ଙ୍କୁ ସମେତ ବ୍ଲକ ର ସମସ୍ତ ଅଧିକାରୀ, କର୍ମ ଚାରି ଉପସ୍ଥିତ ରହିଥିଲେ l ଅନ୍ୟ ପଟେ ବ୍ଲକ ରେ ଥିବା୨୨ ଗୋଟିପଞ୍ଚାୟତ,ଥାନା,ସମସ୍ତ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବିଭିନ୍ନ କ୍ଳବ, ଶିଶୁ ବିଦ୍ୟା ମନ୍ଦିର, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର, ଗୁଡିକ ରେ ଏହି ୭୫ ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ପାଳିତ ହୋଇଯାଇଛି l