ଟିଟିଲାଗଡ ; (ସଞ୍ଜୟ କୁମାର ନାୟକ)ଟିଟିଲାଗଡ ନିକଟସ୍ଥ ପିପଲ ପଦର ଠାରେ ଅବସ୍ଥିତ ଥିବା ମାତୃ ଶିଶୁ ହସ୍ପିଟାଲ ଡିସେମ୍ବର ମାସରେ ଉଦ୍ଘାଟିତ ହେବା ପରେ ଏବେ ସମସ୍ତ ଗର୍ଭବତୀ, ପ୍ରସୂତି ତଥା ଶିଶୁ ମାନଙ୍କୁ ସେଠାରେ ଚିକିତ୍ସା ପ୍ରଦାନ କରାଯାଉଛି। ନୂତନ ଅତ୍ୟାଧୁନିକ ବିଲଡ଼ିଂରେ ପ୍ରାୟ ସବୁ ସୁବିଧା ଉପଲବ୍ଧ ହେଉଥିବା ବେଳେ ଆଗାମୀ କିଛି ଦିନ ମଧ୍ୟରେ ସେଠାରୁ ଲକ୍ଷ୍ମୀ ବସ ସେବା ଉପଲବ୍ଧ କରାଯିବ ନେଇ ଶୁଣିବାକୁ ମିଳୁଛି। ସେଥିପାଇଁ ବସ ଷ୍ଟପ ତିଆରି ମଧ୍ୟ ହୋଇଛି। ତେବେ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କ ପ୍ରଚେଷ୍ଟା ବଳରେ ଏତେ ବଡ ସୁବିଧା ସହର ତଥା ଆଖପାଖ ଅଞ୍ଚଳର ଲୋକ ପାଇପାରିବେ।

ଗୋଟିଏ ଛୋଟିଆ ସମସ୍ୟା ଏବେ ଦେଖିବାକୁ ମିଳୁଛି ତାହା ହେଲା କୌଣସି ମୋବାଇଲ ନେଟୱର୍କ ଭଲ ଭାବରେ କାମ କରୁନାହିଁ, କେଉଁ ଜାଗାରେ ଲାଗୁଚି ତ କେଉଁ ଜାଗାରେ ଲାଗୁ ନାହିଁ ଯଦ୍ୱାରା କଥା ବାର୍ତ୍ତା ହେବାରେ ଅସୁବିଧା ପରିଲକ୍ଷିତ ହେଉଛି। ସେହିପରି ସହର ବାହାରେ ଏହି ହସ୍ପିଟାଲ ରହିଥିବାରୁ ବାଇକ ଚାଳକ, ଚାରି ଚକିଆ, ଛ ଚକିଆ ଗାଡି ମାନେ ଖୁବ ଯୋରରେ ଯିବା ଆସିବା କରୁଛନ୍ତି। ଟିକିଏ ଅସାବଧାନତା ଯୋଗୁଁ କେତେବେଳେ ବି ଦୁର୍ଘଟଣା ନ ଘଟିବ ବୋଲି କହି ହେବ ନାହିଁ। ଏହି ଛୋଟିଆ ଛୋଟିଆ ସମସ୍ୟା ପ୍ରତି ବିଭିନ୍ନ ମୋବାଇଲ କମ୍ପାନୀ ଓ ଓଡ଼ିଶା ପୂର୍ତ୍ତ ବିଭାଗ ଅଧିକାରି ମାନେ ଟିକେ ଧ୍ୟାନ ଦେଲେ ବହୁତ ରୋଗୀ, ରୋଗୀ ସମ୍ପର୍କୀୟ ତଥା ଜନ ସାଧାରଣ ଉପକୃତ ହୁଅନ୍ତେ ବୋଲି ସାଧାରଣରେ ଦାବି ହେଉଛି।