କଳାହାଣ୍ଡି; ୦୨ /୦୨ (ନରେନ୍ଦ୍ର ନେଗୀ)କଳାହାଣ୍ଡି ଜିଲ୍ଲା ମୁଖୀଗୁଡା ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ମୁଖ୍ୟ ସ୍ରୋତ ସୁନାମାଲ ନିକଟରେ କନିଷ୍ଠ ଯନ୍ତ୍ରୀ ଙ୍କ ମୃତ ଦେହ ଭାସୁଛି। ଏହା ହତ୍ୟା ନା ଆତ୍ମହତ୍ୟା ସନ୍ଧେହ।ମୃତକ ଯନ୍ତ୍ରୀ ଭବାନୀ ଶଙ୍କର ମହନ୍ତ ହୋଇଥିବା ବେଳେ ସେ ଗତକାଲି କାର୍ଯ୍ୟ କୁ ଆସି ଘରକୁ ଫେରି ନଥିବା ଜଣାପଡିଛି।

ଆଜି ୧୦ ଟା ସମୟରେ କେନାଲ ରେ ତାଙ୍କର ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା ।କେନାଲ ନିକଟରେ ତାଙ୍କ ବାଇକ ସହ ବାଇକ ଭାଇଜର ରେ ପର୍ସ, ଆଧାର କାର୍ଡ ଓ କିଛି କାଗଜପତ୍ର ରହିଛି।ସେ କୁସୁମଖୁଣ୍ଟି ଡିଭିଜନ ରେ କାମ କରୁଥିଲେ।ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।