ଖପ୍ରାଖୋଲ ୧୫/୨(ତାପସ ରଞ୍ଜନ ବେହେରା ) ଖପ୍ରାଖୋଲ ବ୍ଲକ ତେଲେନପାଲି ଖେଳ ପଡିଆ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଓ ସରକାରୀ ଯୋଜନା ର ପ୍ରଦର୍ଶନୀ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ଶକୁନ୍ତଳା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
କାର୍ଯ୍ୟକ୍ରମ ରେ ମୂଖ୍ୟଅତିଥି ରୂପେ ପାଟଣାଗଡ଼ ବିଧାୟକ ତଥା ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର, ସମ୍ମାନୀତ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ଉପାଧ୍ୟକ୍ଷ ଶୁଖିରାମ ସାଣ୍ଡ, ବିଧାୟକ ପ୍ରତିନିଧି ରମେଶ ପ୍ରଧାନ, ପବିତ୍ର ପଟେଲ, ଏମ ବି କେ ଲୋଭାବତୀ ଧରୁଆ, ପି ଇ ଓ ଖିରାଧର ବରିହା ପ୍ରମୁଖ ଯୋଗଦେଇ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ ରାଜ୍ୟସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ କହିଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଜି ଆର ଏସ ସଡାନନ୍ ମାଝୀ, ଯୋଗାଣ ସହାୟକ ପ୍ରତାପ ବେହେରା, ବଂଶୀଧର ବେହେରା ସମେତ ୱାର୍ଡ ମେମ୍ବର, ଏସ ଏଚ ଜି ମହିଳା, ଜନସାଧାରଣ ଉପସ୍ଥିତ ଥିଲେ।