
ଧର୍ମଗଡ:୧୯/୨(ହେମନ୍ତ କୁମାର ମାଝୀ)ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ, କଳାହାଣ୍ଡି ଜିଲ୍ଲା ଶାଖା ର ଆହ୍ବାନ କ୍ରମେ ଆଜି ଜିଲ୍ଲା ର ସବୁ ତହସିଲ କାର୍ଯ୍ୟାଳୟ ରେ ରାଜସ୍ୱ କ୍ଷେତ୍ର ଅଧିକାରୀ ମାନେ ଆନ୍ଦୋଳନ ଚଳାଇଛନ୍ତି । ଏହି ପରିପେଖି ରେ ଧର୍ମଗଡ ତହସିଲ କାର୍ଯ୍ୟାଳୟ ପରିସର ରେ ମଧ୍ୟ ଆଜି ଠାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି ।
ରାଜସ୍ୱ କ୍ଷେତ୍ର କର୍ମଚାରୀଙ୍କ କ୍ୟାଡର ପୁନର୍ଗଠନ, ରାଜସ୍ୱ ପରିଦର୍ଶକ ଙ୍କ ସଂଜ୍ଞା କୁ ଅତିରିକ୍ତ ତହସିଲଦାର କୁ ପରିବର୍ତ୍ତନ କରାଯାଇ ତଦ ନୁସାରେ ୩:୧ ରାଜସ୍ୱ ମଣ୍ଡଳ ରେ ନିଯୁକ୍ତି ପ୍ରଦାନ, ଓଆରଏସ ପଦୋନ୍ନତି ରେ ଅନ୍ୟତମ ସିସିଆର ମାନଦଣ୍ଡ କୁ ବିଲୋପ , ୨୦୦୬ ଜାନୁୟାରୀ ରୁ ରାଜସ୍ୱ କ୍ଷେତ୍ର କର୍ମଚାରୀଙ୍କ ନୂତନ ବେତନ ଧାର୍ଯ୍ୟ କରାଯିବା, ସରକାରୀ ବିଜ୍ଞପ୍ତି ଅନୁଯାୟୀ ଆଉଟ୍ ସୋର୍ସିଂ ମାଧ୍ୟମ ରେ ଗ୍ରୁପ ଡି ପଦବୀ ପୂରଣ କରାଯିବା, କୃଷି ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ କୃଷି ବିଭାଗ କୁ ସ୍ଥାନାନ୍ତର କରା ଯାଉ ଆଦି ୬ ଦଫା ଦାବି ପୁରଣ ନେଇ ଏହି ଆନ୍ଦୋଳନ କରାଯାଉଛି ।
ଧର୍ମଗଡ ତହସିଲ ୟୁନିଟ ର ସଭାପତି ଜିତେନ୍ଦ୍ର କୁମାର ନାଏକ ଙ୍କ ନେତୃତ୍ୱ ରେ ଧର୍ମଗଡ ତହସିଲ ର ଆଠ ଟି ରାଜସ୍ବ ନିରୀକ୍ଷକ ମଣ୍ଡଳୀ ରୁ ଜଣେ ରାଜସ୍ୱ ପରିଦର୍ଶକ ରଣଜିତ୍ ରାଉତ ଙ୍କ ସମେତ ସନ୍ତୋଷ କୁମାର ପଣ୍ଡା, ଅମର କାନ୍ତ ମଙ୍ଗରାଜ, କିଶୋର ବଡକିଆ, ରତେନ୍ଦ୍ର ନିଆଲ, ସୁନିଲ ପଟନାୟକ, ଜେମା ମାଝୀ, ପ୍ରେମା ବାଣୁଆ, ଆକବର ଶବର ଓ ରବି ଜାନୀ ପ୍ରମୁଖ ୧୧ ଜଣ ଆର.ଆଇ, ଏ ଆର ଆଇ ମାନେ ଏଥିରେ ସାମିଲ ହୋଇ ଥିଲେ । ଦାବୀ ପୂରଣ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ରାଜସ୍ବ ନୀରିକ୍ଷକ ଙ୍କ ଆନ୍ଦୋଳନ ଯୋଗୁ ରାଜସ୍ବ ଅଧିନସ୍ଥ ସମସ୍ତ କାର୍ଯ୍ୟ ଠପ୍ ହୋଇଯାଇଛି।