![](https://www.aeiodisha.com/wp-content/uploads/2024/02/download.jpeg)
ଭୁବନେଶ୍ୱର ବ୍ୟୁରୋ : (ସଞ୍ଜୟ ମହାନ୍ତି ) ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଚାଲିଥିବା ମିଶ୍ରଣ ପର୍ବରେ ବିଜେଡି ଛାଡି ପଦ୍ମ ଧରିଲେ ଦେବାଶିଷ ନାୟକ । ୪ ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଆଜି ବିଜେଡିରୁ ଇସ୍ତଫା ଦେଇଥିଲେ । ଇସ୍ତାଫା ଦେବାର କେଇଟା ମୁହୂର୍ତ୍ତ ପରେ ବିଜେପିରେ ସାମିଲ୍ ହୋଇଛନ୍ତି ଦେବାଶିଷ ।
ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖି ଇସ୍ତଫା ପତ୍ର ଦେଇଥିଲେ ଦେବାଶିଷ ନାୟକ । ସେହିପରି ପୂର୍ବତନ ବିଧାୟକ ନିହାର ମହାନନ୍ଦ ମଧ୍ୟ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି