ହରଭଙ୍ଗା ; (ଚିତ୍ତ ରଞ୍ଜନ ସିଂ ) :ରାଜ୍ୟ ସରକାରଙ୍କ ବଡ଼ ଘୋଷଣା ରାଜ୍ୟରେ ୩୪ଟି ନୂଆ NAC ଓ 5ଗୋଟି NAC କୁ ମୁନିସିପାଲିଟି ରେ ଉନ୍ନୀତ କରିବା ଓ ବୌଦ୍ଧ ଜିଲ୍ଲା ପୁରୁଣାକଟକ କୁ NAC ରୁ ବାଦ ପଡ଼ିଥିବା ନେଇ ରବିବାର ଦିନ କ୍ରିୟାନୁଷ୍ଠାନିକ କମିଟିର ଆବାହକ ସୁକାନ୍ତ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ପୁରୁଣାକଟକ 12ଘଣ୍ଟିଆ ବନ୍ଦ ଡାକରା କରାଯାଇଥିଲା l
ପ୍ରକାଶ ଥାଉକି NAC କ୍ରିୟାନୁଷ୍ଠାନ କମିଟି, ଆଞ୍ଚଳିକ ବିକାଶ ପରିଷଦ, ବରିଷ୍ଠ ନାଗରିକ କମିଟି, ବଣିକ ସଂଘ,ଅଂଚଳ ର ବୁଦ୍ଧିଜୀବୀ, ଏବଂ ବିଭିନ୍ନ ଅନୁଷ୍ଠାନ ଗୁଡିକ ପୁରୁଣାକଟକ କୁ NAC ପାଇଁ ଦୀର୍ଘ ଦିନ ହେଲା ଦାବି କରି ଆସୁଥିବା ବେଳେ ନିକଟରେ ରେ ଭିକେ ପାଣ୍ଡିଆନ ଙ୍କ ପୁରୁଣାକଟକ ଗସ୍ତ ସମୟରେ ମଧ୍ୟ NAC ଦାବି ନେଇ ଏକ ଦାବିପତ୍ର ଦିଆଯାଇଥିଲା l
NAC ତାଲିକାରୁ ପୁରୁଣାକଟକ ବାଦ ପଡିଥିବାରୁ ରବିବାର ଦିନ ବିଭିନ୍ନ ଅନୁଷ୍ଠାନ ପୁରୁଣାକଟକ କୁ 12ଘଣ୍ଟିଆ ବନ୍ଦ ଡାକରା ପାଳନ କରିଥିଲା l NAC ରୁ ବାଦ ପଡିଥିବାରୁ ଆଗାମୀ ନିର୍ବାଚନ ରେ ଏହାର ପ୍ରଭାବ ପଡିବା ନେଇ ବିଭିନ୍ନ ସ୍ଥାନ ରେ ଚର୍ଚ୍ଚା ଜୋର ଧରିଛି l ବନ୍ଦ ଡାକରା ରେ ବିଜୟ କହଁର,ଭୈରବୀ କ୍ଳବର ସଭାପତି ଅକ୍ରୁର ସେଠି, ବିଭୁଦତ୍ତ ବୋଷ,, ବାଳକୃଷ୍ଣ ନାୟକ, ଭଗବାନ ସାହୁ, ଅମୁଲ୍ୟ ମିଶ୍ର, ପ୍ରମୁଖ ସାମିଲ ଥିଲେ l